Skip to content

ପୁରୁଣା ପ୍ରେମିକା ସହ ଖେଳ – 2 | Odia Jouna Gapa

🔥 Odia Jouna Gapa (133) : ତା ବାହାଘର ଠିକ ହେବାପରେ ମୁଁ ଆଉ ସୁପ୍ରିୟା ଘରକୁ ଯିବା ବନ୍ଦ କରିଦେଲି l ମାନସିକ ସ୍ଥରରେ ମୁଁ ପୁରା ଭାଂଗିପଡ଼ିଥିଲି l ଗୋଟେ ହତାଶ ପ୍ରେମିକ ପରି ନିଜକୁ ଲାଗୁଥିଲା l ବେଳେବେଳେ ଭାବେ ମୁଁ ଯଦି ଆଗରୁ ସୁପ୍ରିୟାକୁ କହିଦେଇଥାନ୍ତି ତାହେଲେ ସେ ତାଙ୍କ ଘରେ କହି ଏ ବାହାଘରକୁ ଅଟକେଇଦେଇ ପାରିଥାନ୍ତା l କିନ୍ତୁ ପରେ ଭାବିଲି ଯାହା ହେବା କଥା ହେଇଗଲା ଆଉ କଣ କରିହେବ l ସୁପ୍ରିୟାର ବାହାଘର ହୋଇ ପ୍ରାୟ 6 ମାସ ହୋଇଗଲାଣି l ମଝିରେ ଥରେ ଆସିଥିଲା ବାପଘରକୁ l ବାହାଘର ପରେ ସେ ଆହୁରି ସୁନ୍ଦର ଦିଶୁଥିଲା l ତା ସିଂଥିରେ ସିନ୍ଦୁର ଖୁବ ଚମତ୍କାର ଦିଶୁଥିଲା l ତାଙ୍କ ଘରକୁ ଯାଇ ତା ସହ କଥା ହେବାକୁ ମୋର ସାହସ ନଥିଲା l ତେଣୁ ମନମାରି ଆମ ଘରେ ରହୁଥିଲି l ଦିନେ ମୁଁ ଘରେ ଥିଲାବେଳେ ସେ ଆମ ଘରକୁ ଆସିଥିଲା l କିନ୍ତୁ ତାକୁ ଦେଖି ମୁଁ କାମର ବାହାନା କରି ମୁଁ ବାହାରକୁ ଚାଲିଯାଇଥିଲି l

ପୁରୁଣା ପ୍ରେମିକା ସହ ଖେଳ – 1 | Odia Jouna Gapa

ଏ ଭିତରେ ମୁଁ ଗୋଟିଏ ମେଡିକାଲ କୋଚିଂ ସେଣ୍ଟରରେ ଚାକିରୀଟେ ପାଇଯାଇଥିଲି l ଦିନରେ M Phil ପଢ଼ୁଥିଲି ଆଉ ରାତିରେ ଆସି ସେ କୋଚିଂ ସେଣ୍ଟରରେ ପଢ଼ାଉଥିଲି l ମୋ ପଢ଼େଇବା ଶୈଳୀ ଦେଖି ସେ ସେଣ୍ଟରର ହେଡ଼ ଖୁବ ଖୁସି ହୋଇଯାଇଥିଲେ l ଆଉ ମୋତେ ପରମାନେଣ୍ଟ ଜବ ପାଇଁ ଅଫର ଦେଲେ l ମୁଁ କିନ୍ତୁ M Phil ନ ସାରିବା ଯାଏଁ ମୁଁ ସକାଳୁ ଆସିପାରିବିନି ବୋଲି କହିଦେଇଥିଲି l କିନ୍ତୁ ସେମାନେ ମୋ ପାଇଁ ଅପେକ୍ଷା କରିବେ ବୋଲି କହିଥିଲେ l ଭଲ ଅଙ୍କର ପ୍ୟାକେଜ ବି ଅଫର କରିଥିଲେ l ଆଉ ମୁଁ ପାଠ ସାରିବାକୁ ଅପେକ୍ଷା କରିଥିଲି l ଆଜି ମାଉସୀଙ୍କଠୁ ସୁପ୍ରିୟାକୁ ଆଣିବାକୁ ଯିବା କଥା ଶୁଣି ମନଟା କାହିଁକି ବିଚଳିତ ହେବାରେ ଲାଗିଲା l ଯିବି ନା ନାହିଁ ସେକଥା ଡିସାଇଡ କରିପାରୁନଥିଲି l ସୁପ୍ରିୟାକୁ ସାମ୍ନା କରିବା ସାହସ ମୋ ପାଖରେ ନଥିଲା l କିନ୍ତୁ ତା ସହ କିଛି ସମୟ ଏକାନ୍ତରେ ବିତେଇବାକୁ ମିଳିବ, ସେଇଟା ଭାରି ଲୋଭନୀୟ ଥିଲା l ଯାହାହେଲେ ବି ସୁପ୍ରିୟାକୁ ମନରୁ ପାସୋରି ପାରୁନଥିଲି l ହଁ ନାହିଁ ହଁ ନାହଁ ଭାବୁଭାବୁ ଶେଷରେ ଭାବିଲି ହଁ ଯିବି l 🔥 Odia Jouna Gapa (133), Odia Sex Stories.

ପରଦିନ ମୋର ସେମିତି ବିଶେଷ କ୍ଲାସ କିଛି ନଥିଲା ଆଉ କୋଚିଂ ସେଣ୍ଟର କୁ ଫୋନ କରି କହିଦେଲି ଯେ କିଛି କାମ ଥିବାରୁ ଆଜି ଆସିପାରିବିନି l ମାଉସୀଙ୍କ ପାଖକୁ ଯାଇ କହିଦେଲି ଯେ ମୁଁ ଯାଇ ସୁପ୍ରିୟାକୁ ନେଇ ଆସିବି l ମୋ କଥା ଶୁଣି ମାଉସୀ ବହୁତ ଖୁସି ହେଲେ ଆଉ ତାଙ୍କ ଗାଡିର ଚାବି ମୋତେ ଦେଲେ l ଆମ ଘରେ ବି ସବୁକଥା କହିଲି ଆଉ ଖାଇସାରି ପ୍ରାୟ ଗୋଟାଏ ବେଳେ ବାହାରିଲି ସୁପ୍ରିୟାକୁ ଆଣିବାକୁ । ପ୍ରାୟ ସାଢେ ପାଞ୍ଚ ଘଣ୍ଟା ଲାଗିଗଲା ସୁପ୍ରିୟା ଘରେ ପହଂଚିବାକୁ l ବାଟରେ ସେ ଦୁଇଥର ଫୋନ ବି କରିଥିଲା କି କୋଉ ଯାଏ ହେଲଣି ବୋଲି l ମୁଁ ତାଙ୍କ ଘରେ ପହଞ୍ଚିଲାବେଳେ ସୁପ୍ରିୟା ଦୁଆର ପାଖରେ ଠିଆ ହୋଇଥିଲା l ଜଣେ ପିଅନ ଆସି ଘରର ଗେଟ ଖୋଲିଦେଲା ଆଉ ମୁଁ ଘର ଭିତରକୁ ଗାଡି ନେଇ ଆସିଲି l ତା ଘରକୁ ଆସି ବସିଲି l ସୁପ୍ରିୟା ମୋତେ ପାଣି ଆଣି ଦେଲା ପିଇବାକୁ l ତା ସ୍ୱାମୀ ପରେଶଙ୍କ କଥା ପଚାରିଲି l ସେ କିଛି କାମରେ ବାହାରେ ଅଛନ୍ତି l ତାଙ୍କୁ ଫୋନ କରିଛି ଆଉ ସେ ଖୁବଶୀଘ୍ର ଆସିବେ ବୋଲି କହିଲା l ମୋ ପାଇଁ ଚାହା କରିବାକୁ ଯାଉଥିଲା ମୁଁ କିନ୍ତୁ କହିଲି ଅପେକ୍ଷା କର ପରେଶ ଆସିଲେ ସାଙ୍ଗ ହୋଇ ପିଇବା l

ଆଉ ଆମେ ପରେଶଙ୍କୁ ଅପେକ୍ଷା କରୁଥିଲୁ l ସୁପ୍ରିୟା ଗୋଟିଏ ପିଙ୍କ କଲରର ଡ୍ରେସ ପିନ୍ଧିଥିଲା l ଖୁବ ସୁନ୍ଦର ଆଉ ସେକ୍ସି ଦେଖାଯାଉଥିଲା l ମନେ ମନେ ଭାବୁଥିଲି ଯଦି ସାହସ କରି ଆଗରୁ ମୋ ଭଲ ପାଇବା କଥା କହିଦେଇଥାନ୍ତି ତାହେଲେ ସେ ଆଜି ବୋଧେ ମୋର ହୋଇଥାନ୍ତା l ଆଉ ମୋ ନାଁ ରେ ମଥାରେ ସିନ୍ଦୁର ଲଗାଉଥାନ୍ତା l କିଛି ସମୟ ପରେ ପରେଶ ଆସି ପହଁଚିଲେ l ସେ ଟିକିଏ ବିବ୍ରତ ଦେଖାଯାଉଥିଲେ l ମୋତେ ଦେଖି ଖୁସି ହୋଇଗଲେ l କହିଲେ ଯାହାହେଉ ଆପଣ ଠିକ ସମୟରେ ଆସି ପହଁଚିଲେ l କିଛି ଦିନ ହେଲା ସୁପ୍ରିୟା ଏଠି ଏକା ଏକା ବୋର ହେଉଛି l ଭୁବନେଶ୍ୱର ଯାଇ କିଛି ଦିନ ରହି ଆସିଲେ ତା ମନଟା ପରିବର୍ତନ ହେଇଯିବ l

ସେ କହିଲେ ଗୋଟିଏ ପାଖ ଗାଁରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇ ପରିସ୍ଥିତି ଟିକିଏ ଖରାପ ଅଛି l ସେଠି ପୋଲିସ ଫୋର୍ସ ମୃତୟନ କରାଯାଇଛି l କିନ୍ତୁ କେତେବେଳେ କଣ ହେବ କିଛି କହି ହେଉନି l ଦୁଇଟି ଯାକ ଗୋଷ୍ଠୀ କେହି କାହା କଥା ମାନିବାକୁ ପ୍ରସ୍ତୁତ ନୁହନ୍ତି l ପରିସ୍ଥିତି ପୁରା ଅସମ୍ଭାଳ ଆଉ କଲେକ୍ଟର ପରେଶଙ୍କୁ ମାଜିଷ୍ଟ୍ରେଟ ଡ୍ୟୁଟି ଦେଇଛନ୍ତି l ତେଣୁ ସେଇ ଜାଗାରେ ରହିବାକୁ ହେଉଛି l କହୁଥିଲେ ଆଜି ରାତିରେ ବୋଧେ ସେଇ ଗାଁରେ ରହିବାକୁ ପଡିପାରେ l ଏମିତି ଭାବେ ଆମେ ବସି ଗପସପ କରୁଥିଲୁ l ପରେଶ କହିଲେ ସ୍ୱରୂପ ବାବୁ ଆପଣଙ୍କ ଚାକିରୀ ବହୁତ ଭଲ l ନା ଟେନ୍ସନ ଅଛି ନା ଦିନ ରାତିରେ ଖଟିବାକୁ ଅଛି l ଆଉ ମାସ ଶେଷରେ ଭଲ ଦରମା ବି l ଆମ ଅପେକ୍ଷା ଯଥେଷ୍ଟ ଅଧିକ l ମୁଁ ବି ହସି ଦେଇ କହିଲି ଆପଣଙ୍କ ପାଖରେ ସରକାର ଯୋଉ ସବୁ କ୍ଷମତା ଦେଇଛନ୍ତି ସେଇଟା ଆମ ପାଖରେ କାହିଁ l ଆପଣ ରାସ୍ତାରେ ଚାଲି ଯାଉଥିଲେ ଲୋକେ ବାଟ ଛାଡ଼ିଦେଉଥିବେ l ଗପସପରେ ବ୍ୟସ୍ତ ଥିଲାବେଳେ ସୁପ୍ରିୟା କହିଲା ଆରେ ଏମିତି ଗପୁଥିଲେ ରାତିରେ କଣ ଖାଇବା l ଏହାକହି ସେ ରୋଷେଇ କରିବାକୁ ଚାଲିଗଲା l ମୁଁ ବି ମୋ ରୁମକୁ ଗଲି ଟିକେ ରେଷ୍ଟ ନେବାକୁ ଆଉ ପରେଶ ବାବୁ ବି ତାଙ୍କ ରୁମକୁ ଗଲେ ରେଷ୍ଟ ପାଇଁ l ରାତି ପ୍ରାୟ ସାଢେ ନ ଟା ବେଳେ ସୁପ୍ରିୟା ରନ୍ଧାରନ୍ଧି ସାରି ବାଢିବାକୁ ପ୍ରସ୍ତୁତ ହେଲା ଆଉ ମୋତେ ଓ ପରେଶ ବାବୁଙ୍କୁ ଆସି ଡାକିଲା l ପ୍ରାୟ ଘଣ୍ଟାଏ ଖଣ୍ଡେ ସୋଇପଡିଥିବାରୁ ମୋତେ ପୁରା ଫ୍ରେସ ଲାଗୁଥିଲା l ପରେଶ ବି ରେଷ୍ଟ ନେଇ ଫ୍ରେସ ଦେଖାଯାଉଥିଲେ l ରୁଟି ସହ ଦେଶୀ ଚିକେନ ଝୋଳ ଆଉ ସନ୍ତୁଳା ଖୁବ ଭଲ ଭାବେ ସୁପ୍ରିୟା ବାନେଇଥିଲା l ବହୁତ ଟେଷ୍ଟି ହୋଇଥିଲା l ଭାବୁଥିଲି ଠିକ ସମୟରେ ଉଚିତ ପଦକ୍ଷେପ ନେଇଥିଲେ ଏପରି ଟେଷ୍ଟି ଖାନା ମୋତେ ସବୁଦିନେ ମିଳିଥାନ୍ତା l ଖାଇ ସାରିବା ପରେ ପରେ ପରେଶଙ୍କ ପାଖକୁ ଫୋନରେ ଡାକରା ଆସିଲା ସେଇ ଜାଗାକୁ ଯିବାପାଇଁ l ସେ କହିଲେ ମୁଁ ବୋଧେ ରାତିରେ ଆଉ ଆସି ପାରିବିନି l ସେଠି ଜାଗାରେ ପହଂଚି ଖବର ଦେବି l 🔥 Odia Jouna Gapa (133), Odia Sex Stories.

x